ଅନୁଗୁଳ: ଅନୁଗୁଳର ଜଣାଶୁଣା ବ୍ୟବସାୟୀ କ୍ଷୀରୋଦ ପଟ୍ଟନାୟକଙ୍କ ଘରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜିଏସ୍ଟିର ଏକ ଟିମ୍ ଗୁରୁବାର ଅପରାହ୍ନରେ ତାଙ୍କ ହେମସୁରପଡ଼ାସ୍ଥିତ ବାସଭବନ ସମେତ କାଣ୍ଡସରରେ ଥିବା ତାଙ୍କର ଗାଡ଼ି ସୋ ରୁମ୍ ଉପରେ ଚଢଉ କରିଥିଲେ। ଏହି ୬ ଜଣିଆ ଟିମ୍ ଦିନ ସାରା ବିଭିନ୍ନ କାଗଜପତ୍ର ତନାଘନା କରିଥିଲେ । ସେହିପରି ଗାଡି ସୋ ରୁମର ନେଣଦେଣ ଯାଞ୍ଚ କରିଥିବା ଜଣାପଡ଼ିଛି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢଉ ଜାରି ରହିଥିଲା । ତେବେ ଏଥିରୁ କଣ ମିଳିଛି ତାହା କିଛି ସ୍ପଷ୍ଟ ହୋଇପାରିନାହିଁ। ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ ଆଧାରରେ ଚଢଉ ହୋଇଥିବା ଅନୁମାନ କରାଯାଉଛି । ତେବେ ଜିଏସ୍ଟି ଅଧିକାରୀମାନେ ଏଥିନେଇ ମୁହଁ ଖୋଲି ନାହାନ୍ତି ବହୁ ସମୟ ଧରି ଚଢଉ ଚାଲିଥିବାରୁ ବ୍ୟବସାୟିକ ନେଣଦେଶ ସହ ବିଭିନ୍ନ ଟଙ୍କା କାରବାର ନେଇ ଖୋଳତାଡ କରୁଥିବା କୁହାଯାଉଛି। ଅନୁଗୁଳ ପୁଲିସର ଏକ ଦଳ ଏହି ଜିଏସ୍ଟି ଟିମ୍ ସହିତ ଥିବା ଜଣାପଡ଼ିଛି।
ବ୍ୟବସାୟୀଙ୍କ ଘରେ ଜିଏସ୍ଟି ଚଢ଼ଉ
- Post published:September 3, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul