ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଥିବା ଚକାଡ଼ୋଳା ବର୍ତ୍ତନ ଭଣ୍ଡାରରେ ବୁଧବାର ଅନୁଗୁଳ ବାଣିଜ୍ୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଦେକାନର ମାଲିକ ବିଭାଗର ଅଧିକାରୀମାନଙ୍କୁ ସହାୟତା କରୁନଥିବାରୁ ଜିଏସ୍ଟି ଫାଙ୍କିବାର ସଠିକ ଆକଳନ କରାଯାଇପାରୁ ନାହିଁ। ତେବେ କୌଣସି ପ୍ରକାରେ ଏହି ଚଢ଼ାଉକୁ ସଫଳ କରିବା ପାଇଁ ବିଭାଗ ତରଫରୁ ଯୋରଦାର ଉଦ୍ୟମ କରାଯାଉଛି। ଦେକାନର ବଜାରରେ ପ୍ରାୟ ୧୦ରୁ ଅଧିକ ଗୋଦାମ ରହିଛି। ଗୋଦାମ ଭିତରୁ ପଶିବାକୁ ବିଭାଗର ଅଧିକାରୀମାନଙ୍କୁ ବାରଣ କରୁଛି ଦୋକାନ ମାଲିକ। କିଛି ଅସାମାଜିକଙ୍କୁ ଠୁଳକରାଇ ରାତାରାତି ଗୋଦାମ ଖାଲିକରିବାର ଯୋଜନା ଚଳାଇଥିବା ଆଲୋଚନା ହେଉଛି। ତେଣୁ ବିଭାଗ ତରଫରୁ ପୁଲିସର ସହାୟତା ନିଆଯାଇଛି।
ବର୍ତ୍ତନ ଭଣ୍ଡାରରେ ଜିଏସ୍ଟି ଚଢ଼ାଉ
- Post published:July 20, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ: ଚଳିତ ବର୍ଷର ଥିମ୍ ହେଉଛି “କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”
ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗରିଫ କରିବା ନିମନ୍ତେ ଆଇ.ଜି.ଙ୍କୁ ଦାବିପତ୍ର ପ୍ରଦାନ


