ଜିଏସଟି ଠକେଇ ଅଭିଯୋଗ: ଅନୁଗୁଳର ମାର୍ବଲ ଓ ଟାଇଲସ ସୋରୁମରେ ସେଣ୍ଟ୍ରାଲ ଟିମର ଚଢ଼ଉ

You are currently viewing ଜିଏସଟି ଠକେଇ ଅଭିଯୋଗ: ଅନୁଗୁଳର ମାର୍ବଲ ଓ ଟାଇଲସ ସୋରୁମରେ ସେଣ୍ଟ୍ରାଲ ଟିମର ଚଢ଼ଉ

ଅନୁଗୁଳ: ଅନୁଗୁଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ୮ ଜଣିଆ ଟିମର ଚଢ଼ାଉ ଜାରି ରହିଛି । ଏହି ଶୋ ରୁମର ମାଲିକ ବିକାଶ ବଗରିଆଙ୍କ ଜଣେ ସମ୍ପର୍କୀୟଙ୍କର ଭୁବନେଶ୍ୱରରେ ଶୋ ରୁମ୍ ରହିଛି। ସେଠାରେ ଜିଏସଟି ଦାଖଲରେ କିଛି ଘୋଟାଲା ହୋଇଥିବା ଜାଣିବା ପରେ ବିଭାଗ ପକ୍ଷରୁ ଅନୁଗୁଳର ଏହି ଶୋ ରୁମରେ ମଧ୍ୟ ଚଢ଼ଉ କରାଯାଇଛି। ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଏହି ଚଢ଼ଉ କରାଯାଉଥିବା ଆଡିସନାଲ ଆସିଷ୍ଟାଣ୍ଟ ଡାଇରେକ୍ଟର ଓମ୍ ପ୍ରକାଶ ନାୟକ କହିଛନ୍ତି।

Share

Leave a Reply