ଅନୁଗୁଳ: ଗୁଳିମାଡ଼ରେ ଭାଇ ଓ ଭଉଣୀ ଗୁରୁତର। ଅନୁଗୁଳ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ପ୍ରଫୁଲ୍ଲ ମିର୍ଧାଙ୍କ ପୁଅ ପ୍ରକାଶ ମିର୍ଧା (୧୧) ଓ ଝିଅ ଯାଜ୍ଞସେନୀ ମିର୍ଧା (୧୫) ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଜି ସକାଳୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ପରିବାର ଲୋକଙ୍କ କହିବାନୁସାରେ, ଉଭୟ ଭାଇ ଭଉଣୀ ଶୋଇଥିବା ବେଳେ କେହି ସେମାନଙ୍କୁ ଗୁଳି କରିଥିଲେ। ଫଳରେ ଉଭୟ ଗୁରୁତର ହୋଇଛନ୍ତି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଶୋଇଥିବା ବେଳେ ଗୁଳିମାଡ଼, ଭାଇ-ଭଉଣୀ ଗୁରୁତର
- Post published:January 3, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul