ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସ୍ବାମୀ ସଚ୍ଚିଦାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସନାତନ ହିନ୍ଦୁ ଧର୍ମର ବିଶେଷତା ସହିତ ଅତୀତରେ ଭାରତ ମଧ୍ୟ ବିଶ୍ୱଗୁରୁ ହୋଇ ପାରିଥିଲା ବୋଲି ବେଦ ଉପନିଷଦ,ଗୀତା,ରାମାୟଣ ଆଦିରୁ ଉଦ୍ଧୃତି ଦେଇ ଉଦବୋଧନ ଦେଇଥିଲେ।
ସମ୍ମାନିତ ଅତିଥି ରୂପେ ସ୍କୁଲର ପ୍ରଧାନ ଶିକ୍ଷକ କେଦାର ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ।ପରିଷଦର ସଭାପତି ଶ୍ରୀ ସର ଗୁରୁଭକ୍ତି ଦେଶପ୍ରିତୀ ଏବଂ ମାତୃଭାଷାରେ ଶ୍ରଦ୍ଧା ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ବିଜୟ ମୋଦି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରମୋଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମାରୋହରେ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପାତ୍ର, କଙ୍କରେଇ ସ୍କୁଲ ର ପ୍ରଧାନ ଶୀୟୟିତ୍ରି ଲକ୍ଷ୍ମୀପ୍ରିୟା ସାହୁ,ପରତରା ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର୍ ସାହୁ, ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପ୍ରଧାନଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ।ସେହିଭଳି ରନ୍ତଲେଇର ଛାତ୍ରୀ ସ୍ମୃତିରେଖା ରାଉତ,ଖଲାରୀ ର ସୀମାରାଣୀ ହୂତିଆ,କୁମଣ୍ଡର ସୋନମ୍ ସ୍ଵସ୍ତିକା ଏବଂ କେଭି -୨ ର ସାଇକୃପା ମହାନ୍ତି ଆଦି ପ୍ରତିଭା ସମ୍ପନ୍ନ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ପରିଷଦର ପୃଷ୍ଠପୋଷକ ବଜରଙ୍ଗ ଅଗ୍ରୱାଲ,ଉପ ସଭାପତି ଭରତ ଗଡ଼ନାୟକ,ପ୍ରିୟମ୍ବଦା ପାଣି ,ହୃଦାନନ୍ଦ ପଣ୍ଡା ,ଅରୁଣା ମିଶ୍ର,ଅଞ୍ଜଳି ତ୍ରିପାଠୀ,ସଂଘମିତ୍ରା ପ୍ରଧାନ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।