ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

You are currently viewing ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ଗୁରୁ ଦିବସ। ପ୍ରଥମେ ଛାତ୍ରଛାତ୍ରୀ ନବକୃଷ୍ଣ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ, ଗୁରୁ ପୂଜନ ଓ ଗୁରୁ ବନ୍ଦନ କରିଥିଲେ। ସଭାପତି ଭାବରେ କଲେଜ ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ ଶିକ୍ଷାର୍ଥୀଙ୍କୁ ଏ ସମାଜର “ଭବିଷ୍ୟ ନିର୍ମାତା” ବୋଲି କହିବା ସହିତ ଯୁଗ ବଦଳିବା ପରେ ବି ଗୁରୁଙ୍କ ବିକଳ୍ପ କିଛି ନାହିଁ ବୋଲି କହିଥିଲେ।

ପରେ ଶିକ୍ଷାର୍ଥୀଙ୍କ ତରଫରୁ ଉପହାର ପ୍ରଦାନ, ଭାବ ବିନିମୟ କାର୍ଯ୍ୟକ୍ରମ, ନାଚ, ଗୀତ, ବତ୍କୃତା, କବିତା ପାଠ, ସଂଳାପ ଉପସ୍ଥାପନା ପ୍ରଭୃତି କରାଯାଇଥିଲା। ଛାତ୍ର ଦେବାଶିଷ ବେହେରା ଓ ଛାତ୍ରୀ ପରିଣୀତା ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ମୁକୁନ୍ଦ ବେହେରା, ସଂଜତ ବାରିକ, ଲିତା ସ୍ୱାଇଁ, ଅମିତାଭ ଶତ୍ରୁଜିତ, ସୁଭାଷ ଚନ୍ଦ୍ର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply