“ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

You are currently viewing “ଗୁରୁକୁଳ କ୍ଲାସେସର ଶୁଭେଚ୍ଛା ବାର୍ତ୍ତା”

ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିୟ ପିଲାମାନଙ୍କୁ ବୋର୍ଡ ପରୀକ୍ଷା ଅବସରରେ ଗୁରୁକୁଳ କ୍ଲାସେସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ତୁମମାନଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ନିଶ୍ଚୟ ଭାବେ ସୁଫଳ ଦେବ । ପରୀକ୍ଷାକୁ ଭୟ କରିବା ନୁହେଁ ବରଂ ଏହାକୁ ନିଜ କ୍ଷମତା ପ୍ରମାଣ କରିବାର ଏକ ସୁଯୋଗ ଭାବେ ନିଅ । ଶାନ୍ତ ମନେ ପ୍ରଶ୍ନ ପଢ଼ି ସଠିକ ଉତ୍ତର ଲେଖ । ତୁମେ ପରୀକ୍ଷା ସମୟରେ ନିଜ ସ୍ୱାସ୍ଥ୍ୟ ଭଲ ରଖି ସମୟକୁ ଠିକ୍‌ଭାବେ ବ୍ୟବହାର କର ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ ।

ଜଗତର ନାଥ ଜଗନ୍ନାଥଙ୍କ କରୁଣା ଓ ଆଶୀର୍ବାଦ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଶୁଭେଚ୍ଛା, ଆଶୀର୍ବାଦ ଓ ଶୁଭକାମନା ତୁମ ସହ ସଦା ରହିବ । ତୁମେ ସମସ୍ତେ ଉତ୍କୃଷ୍ଟ ଫଳାଫଳ ଅର୍ଜନ କରି ନିଜ ପିତାମାତା ଓ ଶିକ୍ଷା ଅନୁଷ୍ଠାନର ଗୌରବ ବଢ଼ାଅ । ତୁମମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗୁରୁକୁଳ କ୍ଲାସେସ୍ ଅନୁଷ୍ଠାନ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Share

Leave a Reply