ପରା ଗ୍ରାମରେ ନୂତନ ମହିମା ମଠ ‘ଗୁରୁସ୍ୱାମୀ ମହିମା ମଠ’ ସ୍ଥାପିତ

You are currently viewing ପରା ଗ୍ରାମରେ ନୂତନ ମହିମା ମଠ ‘ଗୁରୁସ୍ୱାମୀ ମହିମା ମଠ’ ସ୍ଥାପିତ

ଅନୁଗୁଳ: ଛେଣ୍ଡିପଦା ବ୍ଲକ ସୀମାନ୍ତ ବୁଢ଼ାପାଳ ନିକଟସ୍ଥ ପରା ଗ୍ରାମରେ ଏକ ଅଲେଖ ମହିମା ଧର୍ମର ମଠ ସ୍ଥାପନ କରାଯାଇଛି। ବ୍ରହ୍ମର୍ଷି ଶ୍ରୀମତ୍ ବାବା ପ୍ରଭାକର ଦାସଙ୍କ ଆଦର୍ଶ ଓ ନୀତିନିୟମକୁ ପାଥେୟ କରି ପୋଲିସ ଅଧିକାରୀ ତପନ କୁମାର ନାୟକ ‘ଗୁରୁସ୍ୱାମୀ ମହିମା ମଠ’ ନାମରେ ଏହି ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ମଠ ଶୁଭାରମ୍ଭ ଅବସରରେ ନାମ ସଙ୍କୀର୍ତ୍ତନ ସହ ଏକ ସଭାକାର୍ଯ୍ୟରେ ମଠ କମିଟି ଗଠନ କରାଯାଇଛି।

ସର୍ବସମ୍ମତି କ୍ରମେ ପରିଚାଳକ ମୁଖ୍ୟ ଭାବେ ତପନ କୁମାର ନାୟକ, ସମ୍ପାଦକ ଭାବରେ ପ୍ରକାଶ ନାଏକ ତଥା ସଭାପତି ଭାବରେ ନରୋତ୍ତମ ନାଏକ ଦାୟିତ୍ଵ ଗ୍ରହଣ କରିଛନ୍ତି। ମହିମା ସାଧୁମାନେ ଅଲେଖ ମହିମା ଠାକୁରଙ୍କୁ ସ୍ମରଣ କରି ବ୍ରହ୍ମର୍ଷି ପ୍ରଭାକର ବାବାଙ୍କ ଫଟୋ ସାମ୍ନାରେ ମହାଦ୍ଵୀପ ପ୍ରଜ୍ବଳନ ପୂର୍ବକ ଗୁରୁପୂଜା କରିଥିଲେ।

କାର୍ଯ୍ୟକ୍ରମରେ ଛେଣ୍ଡିପଦା, କଣିହାଁ ,ରେଙ୍ଗାଳି, ପାଳଲହଡ଼ା, ରେଢ଼ାଖୋଲ ଓ ଦେବଗଡ଼ ଅଞ୍ଚଳରୁ ଶତାଧିକ ମହିମା ଧର୍ମାବଲମ୍ବୀ ଲୋକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଧର ନାଏକ, ସନ୍ତୋଷ ନାଏକ, କୁବେର ନାଏକ, ଭୁବନ ନାଏକ, ବସନ୍ତ ନାଏକ, ପତି ନାଏକ, ହିରୋ କ୍ଲବ ସଭାପତି ବିଶିକେଶନ ନାଏକ, ସମ୍ପାଦକ ତରୁଣ ନାଏକ, ସଦସ୍ୟ ମଳୟ, ପବନ, ତ୍ରିଲୋଚନ, ଭାଗ୍ୟରଥି, କାଳିଆ, ଅଭିମନ୍ୟୁ, ସୌମ୍ୟରଞ୍ଜନ, ରାଜୁ, ଲିପୁ, କାଜଲ ଓ ଶୁକଦେବ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply