ପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

You are currently viewing ପୌର ପାଳିକା ଟାଉନ୍ ହଲ୍ ନବୀକରଣ ଚାଲିଛି

ଅନୁଗୁଳ: ଅନୁଗୁଳ ସହର ଭିତରେ ସଭା ସମିତି କରିବା ପାଇଁ ଭଲ ହଲ ଟେ ନାହିଁ। ସଭଘର ଭଡ଼ା ଯାହା ଛୋଟ ଛୋଟ ସଂସ୍ଥା ସେଠାରେ କାର୍ଯ୍ୟକ୍ରମ କରି ପାରିବେ ନାହିଁ।ଏଭଳି କ୍ଷେତ୍ରରେ ପୌରପାଳିକା ଟାଉନ୍‌ ହଲ୍‌ରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ନଥିବାରୁ ଏବଂ ସାଉଣ୍ଡ ସିଷ୍ଟମ ଠିକ୍‌ ନଥିବାରୁ ଅନେକ ସଂସ୍ଥା ମଧ୍ୟ ଏହାକୁ ନେବାକୁ ପସନ୍ଦ କରୁ ନଥିଲେ।

ତେବେ ଅନୁଗୁଳ ପୌରପାଳିକା ପକ୍ଷରୁ ଟାଉନ୍‌ ହଲ୍‌ର ଏବେ ନବୀକରଣ କାମ ଚାଲିଛି। ସାଉଣ୍ଡ ପ୍ରୁଫିଂ ଫୋମ୍‌ ଲାଗିବା ସହ ଶୀତ ତାପ ଯନ୍ତ୍ର ଲଗା ଯାଉଛି। ଟାଉନ୍‌ ହଲ୍‌ର ନବୀକରଣ ହେଲେ ଏହା ସଭା ସମିତି ପାଇଁ ଉପଯୁକ୍ତ ହୋଇପାରିବ। ତେବେ ପରିଷଦ ପକ୍ଷରୁ ଏହାର ଭଡ଼ା ଧାର୍ଯ୍ୟ କଲାବେଳେ ଅନୁଗୁଳର ସ୍ଥାନୀୟ ସଂସ୍ଥା ମାନଙ୍କ କ୍ଷମତାକୁ ଦେଖି କରାଗଲେ ଜନସାଧାରଣ ଉପକୃତ ହେବେ। ଆସନ୍ତା ମାସରେ ଟାଉନ୍‌ ହଲ୍‌ ଲୋକାର୍ପିତ ହେବ ବୋଲି ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରକାଶ କରିଛନ୍ତି ।

Share

Leave a Reply