ଶରଧାପୁରରେ ହାତୀ ଆତଙ୍କ: ୧୦ ଦିନ ଭିତରେ ସୋଲାର ଫେନ୍ସିଂ କାମ ଆରମ୍ଭ ହେବ, ଡିଏଫଓ

You are currently viewing ଶରଧାପୁରରେ ହାତୀ ଆତଙ୍କ: ୧୦ ଦିନ ଭିତରେ ସୋଲାର ଫେନ୍ସିଂ କାମ ଆରମ୍ଭ ହେବ, ଡିଏଫଓ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ଶରଧାପୁର ଗ୍ରାମରେ ହାତୀ ଉପଦ୍ରବ ଚରମରେ ପହଞ୍ଚିଛି। କିଛି ଦିନ ହେବ ସଞ୍ଜ ନଇଁଲେ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଫସଲ ଓ ଘରଦ୍ୱାର ଜଗିବାକୁ ଗ୍ରାମବାସୀ ରାତି ଉଜାଗର ରହିବାକୁ ବାଧ୍ୟ ହେଉଛନ୍ତି।

ହାତୀ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ଗାଁ ଚାରିପଟେ ସୋଲାର ଫେନ୍ସିଂ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ଏହାର ସ୍ଥାୟୀ ସମାଧାନ ଦାବିରେ ସୋମବାର ଶିବୁ ନାଏକ ଓ ବିନୋଦ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ଅନୁଗୋଳ ଡିଏଫଓ ନୀତିଶ କୁମାରଙ୍କୁ ଭେଟିଥିଲେ। ଅଭିଯୋଗ ଶୁଣି ଡିଏଫଓ ଆଗାମୀ ୧୦ ଦିନ ଭିତରେ ଶରଧାପୁରରେ ସୋଲାର ଫେନ୍ସିଂ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply