ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

You are currently viewing ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୋଳ: ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବନ୍ଧାଭୂଇଁ ପଞ୍ଚାୟତ ଜମରଡିହ ଗାଁର ରଞ୍ଜନ ଜୁଲୁଣ୍ଡି (୪୦)ଙ୍କ ମୃତଦେହ ପଡ଼ୋଶୀ କେଉଁଝର ଜିଲ୍ଲା ବାଉଁଶପାଳ ବ୍ଲକ ଟଣା ଗାଁ ନିକଟ ଏକ ନଦୀରୁ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ, ମଧୁ ଜୁଲୁଣ୍ଡିଙ୍କ ପୁଅ ରଞ୍ଜନ ଗତ ୨୪ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଗୁରୁବାର ଅପରାହ୍ନରେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପାଳଲହଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ପରିବାରବର୍ଗ ଏହାକୁ ଚିହ୍ନଟ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନଦୀରେ ବୁଡ଼ି ମୃତ୍ୟୁ ଘଟିଛି କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ସମ୍ପର୍କରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply