ଟ୍ରକ୍‌ ଟାୟାର ଫାଟି ଦୁର୍ଘଟଣା: ୫ ଆହତ, ହସ୍ପିଟାଲରେ ଭର୍ତ୍ତି

You are currently viewing ଟ୍ରକ୍‌ ଟାୟାର ଫାଟି ଦୁର୍ଘଟଣା: ୫ ଆହତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନୁଆହତା ଗ୍ରାମ ପଞ୍ଚାୟତ ନିକଟରେ ଏକ ମାଲବାହୀ ଟ୍ରକ୍‌ର ଟାୟାର ଫାଟିଯିବାରୁ ୫ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ କିଛି ସ୍ଥାନୀୟ ଲୋକ ଏକ ଚା’ ଦୋକାନରେ ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟାୟାର ଫାଟିବା ଫଳରେ ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନା ଓ ଗେଟି ଛିଟ୍‌କି ପଡ଼ିବାରୁ ସେଠାରେ ଥିବା ଲୋକଙ୍କ ଦେହରେ ବାଜିବା ସହ ଏକ କାର୍‌ର କାଚ ମଧ୍ୟ ଭାଙ୍ଗିଯାଇଛି।

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଜାତୀୟ ରାଜପଥ ମରାମତି ସମୟରେ ବାହାରୁଥିବା ଆବର୍ଜନା ଏବଂ ଗେଟି ରାସ୍ତାକଡ଼ରେ ଅସରଞ୍ଜା ଭାବେ ପଡ଼ି ରହୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହାର ତୁରନ୍ତ ତଦନ୍ତ କରାଯାଇ ରାସ୍ତାକଡ଼ରୁ ଆବର୍ଜନା ହଟାଇବାକୁ ଦାବି ହୋଇଛି।

Share

Leave a Reply