ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର ଗୁଜବ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନ କରାଯାଇଛି।
ଏକ୍ସରେ ବିଭାଗ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର ଗୁଜବ। ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ। ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ। ଏହା ବେଆଇନ।
ପ୍ରକାଶ ଯେ ଓଡ଼ିଶାର ଏକ ଘରୋଇ ଗଣମାଧ୍ୟମରେ ରାଜ୍ୟରେ ଦେଶୀ, ବିଦେଶୀ ମଦ ବନ୍ଦ ଖବର ପ୍ରସାର ହୋଇଛି। ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ୱାଧୀନତା ଦିବସଠାରୁ ଓଡ଼ିଶାରେ ମଦ ବନ୍ଦ। ଏହି ସୂଚନାଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।











