ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ

You are currently viewing ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ

ଅନୁଗୋଳ: ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ସଭା କକ୍ଷରେ ମଙ୍ଗଳବାର ଅପରାହ୍ନରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅନୁଗୋଳ ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହକୁ ବିଶିଷ୍ଟ ଗବେଷକ ଅଜୟ କୁମାର ମିଶ୍ର କବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ। ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ କି କବି ରାଧାମୋହନ ପ୍ରଥମେ ଅନୁସୃଜକ ଓ ପରେ କବି। ତାଙ୍କ ରାଶି ରାଶି କବିତାରୁ ବିଭିନ୍ନ ପଂକ୍ତି ଉଦ୍ଧାର କରି କବିଙ୍କ ଶବ୍ଦ ସଂସ୍କୃତି,ଶବ୍ଦ ଚାତୁର୍ଯ୍ୟ ଓ ଛନ୍ଦର ମାଧୁର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଯଦି କବିବ୍ଯନ୍ମ ହୋଇ ନଥାନ୍ତେ ତେବେ ଓଡ଼ିଆ କାବ୍ୟ ଭଣ୍ଡାରରେ ବହୁ ଶୂନ୍ୟତା ସୃଷ୍ଟି ହୋଇଥାନ୍ତା।

ସମ୍ମାନିତ ଅତିଥି ରୂପେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବ ସଚିବ ସଞ୍ଜୟ କୁମାର ଛୁଆଳସିଂହ,ବରିଷ୍ଠ ଲେଖକ ସଚ୍ଚିଦାନନ୍ଦ ବେହେରା ଓ ଅନୁଗୋଳ କଲେଜର ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଯୋଗ ଦେଇ ରାଧାମୋହନଙ୍କ କାବ୍ୟ ସୃଷ୍ଟି ଓଡ଼ିଆ ଜାତିର ମୁଖ୍ୟ ପରିଚୟ ବୋଲି କହିଥିଲେ। ତାଙ୍କ କାବ୍ୟ ଚେତନା ଭିତରେ କିଭଳି ଗୋଟିଏ ଗପର ମାଦକତା ରହିଥାଏ ତାହା ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ।

ଅନୁଗୋଳ କଲେଜ ଅଧ୍ୟକ୍ଷ ଡ଼ା ସାହୁ କଲେଜର ଏକ ହଷ୍ଟେଲକୁ ରାଧାମୋହନଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ। ସଭାପତି ଅଭିଭାଷଣରେ ଅନୁଗୋଳ ସାହିତ୍ୟ ସଂସଦ ସଭାପତି ଶାନ୍ତନୁ କୁମାର ସର ରାଧାମୋହନଙ୍କୁ ଓଡ଼ିଶାର ସର୍ବଶ୍ରେଷ୍ଠ ଗାଥା କବି ବୋଲି ବର୍ଣ୍ଣନା କରିବା ସହ ତାଙ୍କ କବିତାରେ କିଭଳି ପୁରାଣର ବିଭିନ୍ନ ଚରିତ୍ର,ପଶୁ ପକ୍ଷୀ ଓ ସମାଜର ସାମାନ୍ୟ ଜିନିଷ କୁ ନେଇ ସତ୍ୟ ଓ ଆବେଗର ପ୍ରବଣତା ପ୍ରକାଶିତ ହୋଇଥାଏ ତାହା ବର୍ଣ୍ଣନା କରିଥିଲେ।  ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମାରୋହ ପୂର୍ବରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅଧ୍ୟାପକ ଦଧିବାମନ ପ୍ରଧାନ,ଅସିତ୍ ପଟ୍ଟନାୟକ ଓ ମିନତି ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ ।ପ୍ରତିଯୋଗିତାରେ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ଦୀପ୍ତି ପ୍ରିୟଦର୍ଶିନୀ ବିନ୍ଧାଣୀ ପ୍ରଥମ,ରୋଟାରୀ ପବ୍ଲିକ ସ୍କୁଲର ଆଦ୍ୟାଶ୍ରି କର ଦ୍ୱିତୀୟ ଏବଂ ବିଦ୍ୟାସ୍ମିତା ଲେଙ୍କା ତୃତୀୟ ସ୍ଥାନ ହାସଲ କରିଥିଲେ।ମିନତି ସାହୁଙ୍କ ଏକ ଇଂରାଜୀ କବିତା ପୁସ୍ତକ ପେଟାଲସ ଅଫ ଜୟକୁ ଅତିଥି ମାନେ ଉଦ୍ଘାଟନ କରିଥିଲେ ଶେଷରେ ଅସିତ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply