ଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

You are currently viewing ଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

ଅନୁଗୋଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ଅନୁଗୋଳ, ଛେଣ୍ଡିପଦା ଓ ସାରସ୍ୱତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠାନ ପରିସରରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଡିଆଇଇଟି ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ତତ୍ତ୍ୱାବଧାନ ଓ ସାରସ୍ୱତ ସାହିତ୍ୟ ସଂସଦ ସଭାପତି ଡ. ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥିମାନେ କବିଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ। ମୁଖ୍ୟ ବକ୍ତା ତଳମୂଳ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ଅଧ୍ୟାପକ ପ୍ରଦୀପ କୁମାର ଦାଶ କବି ଗଡ଼ନାୟକଙ୍କ ସାହିତ୍ୟ ସୃଷ୍ଟି ଓ କାବ୍ୟଚେତନା ସମ୍ପର୍କରେ ଆଲୋଚନା କହିଥିଲେ।

ସମାରୋହରେ ସଂସଦର ସମ୍ପାଦକ ଡ. ସତ୍ୟନାରାୟଣ ଦାଶ, ଉପସଭାପତି ସମୀର ସାମନ୍ତରାୟ, ସହସମ୍ପାଦକ ବିମଳ କୁମାର ରାଉଳ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମଦନ ସୁନ୍ଦର ପ୍ରଧାନ, ବରିଷ୍ଠ ଶିକ୍ଷିକା ମଧୁମିତା ଦାସ ଓ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ ମଞ୍ଚାସୀନ ଥିଲେ। ଏହାପରେ ଗୁରୁଛାତ୍ରୀ ନିରୁପମା ନାୟକ ଓ ବିଜୟଲକ୍ଷ୍ମୀ ବିଶ୍ୱାଳଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଅକ୍ଷୟ ମହାପାତ୍ର, ବିମଳ ରାଉଳ, ବସନ୍ତ ପ୍ରଧାନ, ବିଜୟ ବାରିକ ଓ ଗୁରୁଛାତ୍ରଛାତ୍ରୀ ସୁରଭି ମୁଣ୍ଡା, ପୁଷ୍ପଲତା ଜେନା, ରୋଜାଲୀନ ସାହୁ, ରାଜେଶ ନାୟକଙ୍କ ସମେତ ୨୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଦିବଙ୍ଗତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ବିମଳ ରାଉଳ ଧନ୍ୟବାଦ ଦେଇଥିଲେ।

Share

Leave a Reply