ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ

You are currently viewing ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ

ଅନୁଗୁଳ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପୌରପାଳିକା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ବୃକ୍ଷରୋପଣ ଅନୁଗୁଳ ପୌରପାଳିକାର ୱାର୍ଡ ନଂ ୨ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟ ଓ ୱାର୍ଡ ନଂ ୧୯ ଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଜନତା ଦଳ ସଭାପତି ଦେବବ୍ରତ ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, ଅରୁଣାଭ ସିଂହ, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ଦାସ, କାଉନସିଲର ଉଷା ସାମଲ, କାଉନସିଲର ବଳରାମ ଜେନା, କାଉନସିଲର ସୁକାନ୍ତି ଦାସ, ପୌରପାଳିକା ଯୁବ ଜନତା ଦଳ ସଭାପତି ବିଶ୍ୱରଂଜନ ସାହୁ, ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ ଓ ପୌରପାଳିକାର ଛାତ୍ର ଜନତା ଦଳ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୫ଟି ବୃକ୍ଷରୋପଣ କରାଯାଇଛି।

Share

Leave a Reply