ଅନୁଗୁଳ: ସୋମବାର ସମୟ ପ୍ରାୟ ସାଢେ଼ ଦଶଟା ବେଳେ ଅନୁଗୁଳ ମେଡ଼ିକାଲ ଭିତରେ ଥିବା କାଜୁଆଲିଟିରେ ବେଶ ଭିଡ଼ ଥାଏ। ଧାଡ଼ିରେ ଥିବା ଜଣେ ଯୁବକ ଗୁଟଖା ଖାଇ ଥୁ, ଥା କରୁଥାନ୍ତି। ଏହି ସମୟରେ ନୂଆ ଜଏନ କରିଥିବା ଜଣେ ସିକ୍ୟୁରିଟି ସୁପର୍ ଭାଇଜରଙ୍କ ଦୃଷ୍ଟି ପଡିଲା। ଏମିତି ସେମିତି ନୁହଁ ଏକ୍ସ୍ ମିଲିଟାରୀ କର୍ମଚାରୀ। ଗୁଟଖା ଖାଇବା ଅଭିଯୋଗରେ ସଙ୍ଗେ ସଙ୍ଗେ ୨୦୦ ଟଙ୍କା ଫାଇନ କାଟିଦେଲେ। ଏଥର ଯୁବକ ଜଣକୁ ସମ୍ଭାଳେ କିଏ? ଆରମ୍ଭ କଲେ ଯୁକ୍ତିତର୍କ। ସିକ୍ୟୁରିଟି କର୍ମଚାରୀ ଛାଡ଼ିବା ଲୋକ ନୁହଁନ୍ତି।ଯୁକ୍ତିତର୍କରୁ ହାତା ହାତି ଯାଏ କଥାଗଲା। ଶେଷକୁ ଅନ୍ୟ କର୍ମଚାରୀ ଆସି ମାମଲାର ରଫାଦଫା କରିବାରୁ ପରିସ୍ଥିତି ଶାନ୍ତ ପଡିଲା। ତେବେ ଗୋଟିଏ କଥା ଫାଇନ କରିବା ବଡ଼କଥା ନୁହଁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରାଚୀର ପତ୍ର ପ୍ରଥମେ ଲଗାଇବା ଉଚିତ୍ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।
ହସ୍ପିଟାଲରେ ଗୁଟଖା ଖାଇ ହଟହଟା ହେଲେ ଯୁବକ
- Post published:February 13, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul