ଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

You are currently viewing ଅନୁଗୁଳ ନଗର ବିଜେଡି ପକ୍ଷରୁ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ

ଅନୁଗୁଳ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଆଜି ଅନୁଗୁଳ ନଗର ବିଜେଡି ପକ୍ଷରୁ ଜିଲ୍ଲା ଟ୍ରେଜରି କାର୍ଯ୍ୟାଳୟ ଗେଟ ସମ୍ମୁଖରେ ସୁଜି ହାଲୱା ଓ ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଛି। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରାଧକ୍ଷ ଅକ୍ଷୟ ସାମନ୍ତ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆ, ସୁକାନ୍ତି ଦାସ, ସଦାନନ୍ଦ ପଣ୍ଡା, ସୁଶୀଲ ମୁଖୀ ପ୍ରମୁଖ ଉପସ୍ଥିତ ରହି ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ନଗର ଯୁବ ବିଜେଡ଼ି ସଭାପତି ବିଶ୍ୱରଂଜନ ସାହୁ, ଛାତ୍ର ସଭାପତି ଦେବବ୍ରତ ନାଏକ, ନଗର ବିଜେଡି ଓ ଛାତ୍ର ଜନତା ଦଳର ସଦସ୍ୟ ସୁଜିତ ଦ୍ବିବେଦୀ, ଯୁବ ସଭାପତି ରାକେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply