ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

You are currently viewing ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏଏସଓ ପରୀକ୍ଷାରେ ଖରାପ କରିଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡ଼ା ଘରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବଇଣ୍ଡା ଗରୁଡୁ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ।

ସୂଚନା ମୁତାବକ, ଅସିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପିଜି ପ୍ରଥମ ବର୍ଷରେ ପଢୁଥିଲା। ସେ ବଉଳିଗଡ଼ ଗାଁର ସତ୍ୟବାନ ଗଡନାୟକ ନାମକ ଆଉ ଜଣେ ଯୁବକଙ୍କ ସହ ମିଶି ଏକ ଭଡା ଘରେ ରହୁଥିଲା। ଗତ କାଲି ଅସିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ମଧ୍ୟ ଦେଇଥିଲେ। ତେବେ ଆଜି ସତ୍ୟବାନ ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅସିତ ଘରେ ଏକୁଟିଆ ଥିଲେ। ଅପରାହ୍ନ ୩ ଟା ବେଳେ ସତ୍ୟବାନ ପରୀକ୍ଷା ଦେଇ ଘରକୁ ଫେରିବା ବେଳକୁ କବାଟ ଆଉଜା ହୋଇଥିଲା। ଭିତରକୁ ଯିବା ବେଳକୁ ଫ୍ୟାନ ପାଇଁ ଲାଗିଥିବା କଡିରେ ଅସିତଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏ ନେଇ ସେ ପ୍ରଥମେ ଘର ମାଲିକ ଶୋଭିତ ଆଚାର୍ଯ୍ୟଙ୍କୁ ଓ ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି। ତେବେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ଭଲ କରି ନଥିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Share

Leave a Reply