ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

You are currently viewing ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରୁ ସୋମବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗାଁର ମୁଙ୍ଗି ଓରଫ କାଳିଆ ପ୍ରଧାନ।

ସୂଚନା ମୁତାବକ, ଗତ ୭ ତାରିଖ ଦିନ ଗ୍ରାମର ଛବିନ୍ଦ୍ର ସାହୁ କାଳିଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଛେଣ୍ଡିପଦା ଥାନରେ ଏକ ମାମଲା ହୋଇଥିଲା। କିନ୍ତୁ ପରେ ଛବିନ୍ଦ୍ର ଜାମିନରେ ଯାଇଥିଲେ। ରବିବାର ରାତିରେ କାଳିଆ ପାରିବାରିକ ଘଟଣାକୁ ନେଇ ତାଙ୍କ ଝିଅ ସୁଚିଶ୍ମିତାଙ୍କୁ ଗାଳି ଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇ ଥିଲା। ରାତିରେ କାଳିଆ ରାଗିଯାଇ ଆସି ଘର ବାହାରେ ଶୋଇଥିଲେ। କିନ୍ତୁ ସକାଳେ କାଳିଆଙ୍କ ମୃତଦେହ ଘର ଭିତରେ ଏକ ଗାମୁଛାରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଛେଣ୍ତିପଦା ଥାନାକୁ ଖବର ଦେଇଥିଲେ। ଖବରପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପଟେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ତେବେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Share

Leave a Reply