ଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ

You are currently viewing ଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ପୋଲିସ ସୂଚନା ମୁତାବକ, ପଶ୍ଚିମବଙ୍ଗ ଅଞ୍ଚଳ ତିନି ଜଣ ଯୁବକ ଏକ କମ୍ପାନୀରେ କାମ କରିବାକୁ ଆସି ଗେଷ୍ଟ ହାଉସରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ସେମାନେ ପଶ୍ଚିମବଙ୍ଗରୁ ଆସି ଏହି ଗେଷ୍ଟ ହାଉସରେ ରହିଥିଲେ। ରାତି ପ୍ରାୟ ୧୦ଟା ବେଳକୁ ରାଜୁ ମଣ୍ଡଳ ନାମକ ଯୁବକ ରୁମରେ ଥିଲେ ଓ ଅନ୍ୟ ଦୁଇ ଜଣ ବାହାରକୁ ଖାଇବା ଆଣିବାକୁ ଯାଇଥିଲେ। ଖାଇବା ନେଇ ଫେରିଲା ପରେ ସେମାନେ କବାଟ ବାଡ଼େଇଥିଲେ ବି ରାଜୁ ଖୋଲି ନ ଥିଲେ। ଏ ନେଇ ସେମାନେ ଗେଷ୍ଟ ହାଉସ ମ୍ୟାନେଜରକୁ ଜଣାଇଥିଲେ।

ମ୍ୟାନେଜର ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି କବାଟ ତାଡ଼ିଥିଲେ। ଭିତରେ ରାଜୁଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ତଳକୁ ଓହ୍ଲାଇ ଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ପୋଲିସ ମୃତ ଶରୀରକୁ ମୁଖ୍ୟ ଚିକିତ୍ସାଳୟକୁ ଆଣି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ପରିବାର ଲୋକ ପହଞ୍ଚି ନ ଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇପାରିନଥିବା ଜଣାଯାଇଛି।

Share

Leave a Reply