କୀର୍ତ୍ତନ କଲାବେଳେ ଟଳି ପଡ଼ିଲେ

0

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସିମିଳିପାଳ ପଞ୍ଚାୟତ ଅନ୍ତର୍ଗତ ଜୟପଙ୍ଗା ଗ୍ରାମରେ କୀର୍ତ୍ତନ କରୁଥିବା ବେଳେ କାଳିଆ ପ୍ରଧାନ (୫୩) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗର୍ଭଣା ସଂକ୍ରାନ୍ତି ଥିବାରୁ ଗତ ସୋମବାର ଦିନ ଜୟପଙ୍ଗା ଗ୍ରାମ କୋଠ ଘରେ ସଙ୍କୀର୍ତ୍ତନ ଚାଲିଥିଲା । କାଳିଆ ସଙ୍କୀର୍ତ୍ତନରେ ମୃଦଙ୍ଗ ବଜାଉ ଥିଲେ । ମୃଦଙ୍ଗ ବଜାଉଥିବା ସମୟରେ କାଳିଆ ହଠାତ୍ ଟଳି ପଡ଼ିଥିଲେ । ଗ୍ରାମ ଲୋକ ଏବଂ ପରିବାର ବର୍ଗ କଳିଆଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କଳିଆଙ୍କ ମୃତ୍ୟୁରେ ଜୟପଙ୍ଗା ଏବଂ ସପୋଇନାଳ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

error: Content is protected !!