ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ହାତୀ ଆକ୍ରମଣ ବଢୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ପଞ୍ଚାୟତବାସୀ। ଅନୁଗୁଳ ବ୍ଲକର ଖିଣ୍ଡା ପଞ୍ଚାୟତ, ଗଡ଼ତରାସ ପଞ୍ଚାୟତ, ନନ୍ଦପୁର ପଞ୍ଚାୟତ, ଅଙ୍ଗାରବନ୍ଧ ପଞ୍ଚାୟତ, ଛେଳିଆପଡ଼ା ପଞ୍ଚାୟତ, କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ସରପଞ୍ଚ ଏବଂ ସମାଜସେବୀ ଦୁର୍ଗା ଚରଣ ପ୍ରଧାନ, ରଞ୍ଜିତ ଦାସ, ବିରଞ୍ଚି ସାହୁ, ଲକ୍ଷ୍ମଣ ସାହୁ, ହରେକୃଷ୍ଣ ପ୍ରଧାନ, ଗୁରୁଚରଣ ପ୍ରଧାନ, ଗିରିଶ ସ୍ୱାଇଁ, ଜଗବନ୍ଧୁ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୬ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ଦାବିଗୁଡିକ ଯଥାଶୀଘ୍ର ପୂରଣ କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଜଣାଯାଇଛି।
ବଢ଼ୁଛି ହାତୀଙ୍କ ଉତ୍ପାତ: ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ
- Post published:May 15, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


