ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମ ପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ, ଛେଣ୍ଡିପଦା ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ବିଭିନ୍ନ ବିଭାଗର ସୁନାମଧନ୍ୟ ଡାକ୍ତର ଯୋଗଦେଇ ୫୦୦ ରୁ ଊର୍ଦ୍ଧ୍ଵ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ମେଡିସିନ ପ୍ରଦାନ କରାଯାଇଛି।
ପରେ ମୃଦୁଳା ଠାକୁର ପ୍ରଧାନ ବସନ୍ତପୁର ଓ ମାଛକୁଟା ଗ୍ରାମରେ ଉଜ୍ଜ୍ୱଳା ଯୋଜନା ଓ ପିଏମ କିସାନ୍ ଯୋଜନା, ସୌଭାଗ୍ୟ ଯୋଜନା ହିତାଧିକାରୀଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ଛେଣ୍ଡିପଦା ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ବସନ୍ତପୁର ସରପଞ୍ଚ ଲକ୍ଷ୍ମୀ ସାମଲ, ସମିତି ସଭ୍ୟ ଯୁଗଳ କିଶୋର ନାଏକ, ବିଜେପି ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ, ବିଜେପି ମିଡିଆ ସେଲ୍ କୋଡିନେଟର ଅକ୍ଷୟପାଦ ବେହେରା, ଗୌତମ ଧଳ, ବିଜୟ କୁମାର ଦେହୁରୀ, ଯଶୋବନ୍ତ ସାହୁ, ଗୋବିନ୍ଦ ନାଏକ, ମହେଶ୍ୱର ଦେହୁରୀ, ଜଗଦୀଶ ସାହୁ, ଯୁଗଳ ଦେହୁରୀ, କରୁଣାକର ବିଶ୍ବାଳ, ସୁମତୀ ବେହେରା, ସୁଜିତ ଗଡ଼ନାୟକ, ପ୍ରଶାନ୍ତ ସାହୁ ସମେତ ସହଯୋଗ କରିଥିଲେ।