ଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

You are currently viewing ଖଣ୍ଡହତା ଦୁର୍ଘଟଣା ଉଦ୍ଧାର କାର୍ଯ୍ୟର ହିରୋ: ଦେବଦୂତ ସାଜିଥିଲେ ଦୁଇ ଇଣ୍ଟରସେପ୍ଟର କର୍ମଚାରୀ

ଅନୁଗୁଳ: ଗତ କାଲି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏକ ଯାତ୍ରୀବାହୀ ଅଟୋ ଉପରେ କାର ଚଢି ଯିବା କାରଣରୁ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତେବେ ଏହି ଉଦ୍ଧାର କାର୍ଯ୍ୟର ଦେବଦୂତ ସାଜିଥିଲେ  ଦୁଇ ଇଣ୍ଟରସେପ୍ଟର କର୍ମଚାରୀ। ଦୈନଦିନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଲୋକ ମାନଙ୍କୁ ପ୍ରଥମେ ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ହାତ ବଢ଼ାଇଥିଲେ। ସୂଚନା ଯେ,ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଇଣ୍ଟରସେପ୍ଟରରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ବେହେରା ଓ ଚରଣ ମହାଳିକ। ରଞ୍ଜିତ କ୍ୟାମେରାମ୍ୟାନ ହିସାବରେ କାମ କରୁଥିବା ବେଳେ ଚରଣ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ଭଳି ଶନିବାର ସେମାନେ ଇଣ୍ଟରସେଫ୍ଟର ଧରି ଗିରିଧିବାସିଆ ପାଖରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଏକ କାର ଯାତ୍ରୀବାହି ଅଟୋ ଉପରେ ଚଢ଼ିଯାଇଥିଲା। 

ପ୍ରବଳ ବର୍ଷା ସତ୍ତ୍ୱେ ଦୁର୍ଘଟଣା ଦେଖିବା ପରେ ଦୁଇ କର୍ମଚାରୀ ଗାଡିରୁ ଓଲାହି ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଅଟୋ ଉପରେ କାରଟି ମାଡି ବସିଥିବା ବେଳେ ଗାଡି ଭିତରେ ଲୋକେ ଚାପି ହୋଇ ରହିଯାଇଥିଲେ। ସଂଗେସଂଗେ ଦମକଳ ବାହିନୀ ଏବଂ ପୋଲିସଙ୍କୁ ଯୋଗାଯୋଗ କରିଥିଲେ। ଏପରିକି ନିଜ ଇଣ୍ଟରସେପ୍ଟର ଗାଡ଼ିରେ ଆହତଙ୍କୁ ବସାଇଥିଲେ। ଦମକଳ ସହ ଆମ୍ବୁଲାନ୍ସ ପହଞ୍ଚିବା ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ମାନଙ୍କୁ ଡାକ୍ତରଖାନାରେ ପହଁଞ୍ଚାଇବାରେ ଦୁଇ କର୍ମଚାରୀଙ୍କୁ ଭୂମିକା ଦେବଦୂତ ସମାନ ରହିଥିଲା।

Share

Leave a Reply