ସ୍କୁଲ ବସ୍ ଚକା ତଳେ ଚାପି ହୋଇ ହେଲପର ମୃତ

You are currently viewing ସ୍କୁଲ ବସ୍ ଚକା ତଳେ ଚାପି ହୋଇ ହେଲପର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ଟାଙ୍ଗରସାହି ଠାରେ ଏକ ଶିଶୁ ମନ୍ଦିର ବସ୍ ଚକା ତଳେ ହେଲପରର ଜୀବନ ଯାଇଛି। ମୃତ ହେଲପର ହେଲେ କୋଶଳା ନାଥ ସାହିର ସୂର୍ଯ୍ୟକାନ୍ତ ନାଥ।

ସୂଚନା ମୁତାବକ, ସବୁଦିନ ଭଳି ଆଜି ମଧ୍ୟ ସୂର୍ଯ୍ୟକାନ୍ତ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ଆଣିବାକୁ ଯାଇଥିଲେ। ଫେରିବା ବେଳେ ଗାଡ଼ିରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ତଳେ ପଡ଼ିଯିବା ପରେ ବସ୍ ଚକା ଚାପି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share

Leave a Reply