ହେମସୁରପଡା କପ୍ ଫୁଟବଲ: କୁଚିଣ୍ଡା, କନ୍ଧମାଳକୁ ୩-୦ ଗୋଲରେ ହରାଇଲା

You are currently viewing ହେମସୁରପଡା କପ୍ ଫୁଟବଲ: କୁଚିଣ୍ଡା, କନ୍ଧମାଳକୁ ୩-୦ ଗୋଲରେ ହରାଇଲା

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ କୁଚିଣ୍ଡା, କନ୍ଧମାଳ ଏକାଦଶ କୁ ୩-୦ ଗୋଲରେ ହରାଇଥିଲା। ଆଲୋକ ଦେହୁରୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା।

ବିଜେଡି ଯୁବନେତା ଅରୁଣାଭ ସିଂହ,ତପନ ତ୍ରିପାଠୀ, ଶ୍ରମିକନେତା ଉପେନ୍ଦ୍ର ଶର୍ମା, କାଉନ୍ସିଲର ସୁକାନ୍ତି ଦାସ,ବିଶ୍ୱରଂଜନ ସାହୁ, କୁମାର ସତ୍ୟଜିତ ସାହୁ, କଳାକାର ଅମିତ ରାୟ, ବିନୋଦ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଦିଲୀପ ରାଉତ ଖେଳ ପରିଚାଳନା କରିଥିଲେ।

Share

Leave a Reply