ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବାଗେଡିଆକୁ ଟାଇବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବାଗେଡିଆକୁ ଟାଇ ବ୍ରେକରରେ ହରାଇ ଆଠମଲ୍ଲିକ ଫାଇନାଲରେ ପହଞ୍ଚିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏହାପରେ ପେନାଲ୍ଟି ସୁଟ ଆଉଟରେ ଉଭୟ ଦଳ ଚାରୋଟି ଲେଖାଏଁ ଗୋଲ ଦେଇଥିଲେ।ଶେଷରେ ସଡନ ଡେଥର ଆଶ୍ରୟ ନିଆ ଯାଇଥିଲା।ଏଥିରେ ଆଠମଲ୍ଲିକ ବାଗେଡିଆକୁ ୨-୧ ହରାଇ ଫାଇନାଲରେ ପହଞ୍ଚିଥିଲା।

ପାଲଲହଡ଼ା ବିଧାୟକ ମୁକେଶ ପାଲ ମୁଖ୍ୟ ଅତିଥି ଭାବେ ଖେଳକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ପାଲଲହଡ଼ା ଉପଖଣ୍ଡ କ୍ରୀଡା ସଂସଦ ସମ୍ପାଦକ ନରେନ୍ଦ୍ର କୁମାର ଭୁକ୍ତା,ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ସଭ୍ୟ କିଶୋର କର, ପ୍ରଦୀପ ଦେବତା,ପ୍ରଦୀପ ରାଉତ,ରମେଶ ସାହୁ ଏବଂ ମ୍ୟାଚ କମିଶନର ବସନ୍ତ କୁମାର ଦାସ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା। ଲାଇନରେ ତାଙ୍କୁ ସହାୟତା କରିଥିଲେ ମନୋରଞ୍ଜନ ପଟ୍ଟନାୟକ ଓ ଭୋଲେଶ୍ଵର ଗାଗରାଇ।ସମାରୋହରେ ଭେଟରାନ ଆଥଲେଟ ନୀଳମଣି ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ। ଆସନ୍ତା ୧୮ ତାରିଖରେ ଫାଇନାଲ ମ୍ୟାଚ ସ୍ପୋର୍ଟସ ହଷ୍ଟେଲ କଟକ ଓ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଠିତ ହେବ ।

Share

Leave a Reply