ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଛଖରେ ଶନିବାର ଭୋର ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ଏକ ଚୋରା ପଥର ବୋଝେଇ ହାଇୱା ଟ୍ରକ୍କୁ ଜବତ କରିଛି। ସୂଚନା ଯେ, ଟ୍ରକ୍(ଓଡି୫ଟି- ୯୭୭୫)ଟି ଜରପଡ଼ାରେଥିବା ଏକ ପଥର କୁଆଁରୀରୁ ଜାଲ ଚାଲାଣରେ ପଥର ବୋଝେଇକରି ବୁଢ଼ାପାଳ ଯାଉଥିଲା। ରାତି ପାଟ୍ରୋଲିଂ କରୁଥିବା ଛେଣ୍ଡିପଦା ପୁଲିସ ବ୍ଲକ୍ ଛକଠାରେ ଟ୍ରକ୍କୁ ଅଟକାଇ ତାର କାଗଜପତ୍ର ଜାଞ୍ଚ କରିଥିଲେ। ତେବେ ଟ୍ରକ୍ ଚାଳକ ଦେଖାଇଥିବା କାଗଜପତ୍ର ଜାଲଥିବା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ଟ୍ରକ୍କୁ ଜବତ କରି ଚାଳକ ଆଠଗଡ଼ର ବନମାଳୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚୋରା ପଥର ବୋଝେଇ ହାଇୱା ଟ୍ରକ୍ ଜବତ
- Post published:January 9, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
