କର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

You are currently viewing କର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

ଅନୁଗୁଳ: ତାଳଚେର ଉପଖଣ୍ଡ କର୍ଣ୍ଣପୁର ଗ୍ରାମର ସୀତାରାମ ଆଶ୍ରମଠାରେ ବିଶାଳ ସନ୍ଥ ଓ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରମପୂଜ୍ୟ ସନ୍ଥ ସଚ୍ଚିଦାନନ୍ଦ ମହାରାଜା ଅଧ୍ୟକ୍ଷତା କରିଥିଲେ। ପୂଜ୍ୟ ମଠାଧୀଶ ଅବଧୂତ ଇନ୍ଦ୍ରମଣି ମହାରାଜ, ବାବା ପ୍ରଭୁପାଦ ଦାସ ମହାରାଜ, ବ୍ରହ୍ମଚାରୀ ଶିବ ପ୍ରସାଦ ମହାରାଜ, ସ୍ୱାମୀ ଅଖଣ୍ଡା ନନ୍ଦପୁରୀ ମହାରାଜ, ସ୍ୱାମୀ ବଳଭଦ୍ର ଦାସ ମହାରାଜ ଓ ଶତାଧିକ ସାଧୁ ମହାତ୍ମା ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଘଚାଳକ ମାନନୀୟ ଭୁବନାନନ୍ଦ ପ୍ରଧାନ, କାର୍ଯ୍ୟବାହ ଶ୍ରୀକାନ୍ତ ବିଶ୍ୱାଳ, ପର୍ଶୁରାମ ବାରିକ, ଦିବାକର ପ୍ରଧାନ, ପଞ୍ଚାନନ ବେହେରା ଓ ଗ୍ରାମର ବିଜୟ ବିଶ୍ୱାଳ, ପାର୍ଥସାରଥୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଶମ୍ଭୁନାଥ ବେହେରା, ଗୁଣା କର ସାହୁ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସ୍ଥାନୀୟ ଶିଶୁ ଓ ସରସ୍ଵତୀ ଶିଶୁମନ୍ଦିର ବଡ଼ଯୋରଡା ଛାତ୍ରଛାତ୍ରୀ ଶବର ଚରିତ, ହନୁମାନଙ୍କ ଦ୍ୱାରା ମାତା ସୀତାଙ୍କୁ ମୁଦ୍ରିକା ପ୍ରଦାନ, ହନୁମାନ ଚାଳିଶା ପାଠ, ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ।

Share

Leave a Reply