ଗୋବଂଶ ଓ ହିନ୍ଦୁ ଧର୍ମର ସୁରକ୍ଷା ଦାବୀ ନେଇ ଶୋଭାଯାତ୍ରା

You are currently viewing ଗୋବଂଶ ଓ ହିନ୍ଦୁ ଧର୍ମର ସୁରକ୍ଷା ଦାବୀ ନେଇ ଶୋଭାଯାତ୍ରା

ଅନୁଗୁଳ: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୋବଂଶର ସୁରକ୍ଷା ଓ ବାଙ୍ଗ୍ଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଓ ଧର୍ମାନ୍ତରୀକରଣ ବନ୍ଦ କରିବା ଇତ୍ୟାଦି ଦାବୀ ରଖାଯାଇଥିଲା ।

ଅନୁଗୁଳ ଜିଲ୍ଲାର ହିନ୍ଦୁ ସୁରକ୍ଷା ମଞ୍ଚର ଆବାହକତ୍ବରେ ବିଶ୍ୱକର୍ମା ଘରୋଇ ଠିକାଦାର ସଂଘ ,ବିଭିନ୍ନ ହିନ୍ଦୁ ସଂଗଠନ ଓ ସାମାଜିକ ସଂଗଠନ ମାନଙ୍କ ନେତୃତ୍ୱରେ ଗୋବଂଶ ଓ ହିନ୍ଦୁ ମାନଙ୍କର ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ହିନ୍ଦୁ ସୁରକ୍ଷା ପଦ ଯାତ୍ରା ମାଧ୍ୟମରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିସହିତ ଚୋରା ଗୋ ଚାଲଣ ଓ ବେଆଇନୀ ଗୋ ହତ୍ୟାକୁ ବନ୍ଦ କରାଯାଉ । ତତ୍ ସହିତ ଗୋବଂଶର ସୁରକ୍ଷା ପାଇଁ ଥିବା ଆଇନକୁ କଡ଼ାକଡ଼ି ଲାଗୁକରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ ।ଶିଳ୍ପାଞ୍ଚଳ ଗୁଡ଼ିକରେ ବୁଲା ଗୋ ମାତା ମାନଙ୍କ ପାଇଁ ଗୋ ଶାଳା ବାଧ୍ୟତା ମୂଳକ କରାଯାଉ । ଗୋରୁ ଗାଇ ସବୁ ରାସ୍ତା ଉପରେ ଶୋଇରହୁଥିବା କାରଣରୁ ଉଭୟ ମନୁଷ୍ୟ ଓ ଗୋରୁ ଗାଇ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ଏଣୁ ସେବାବଦରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ତତ୍ ସହିତ ଗୋ ଚାରଣ ଭୂମି ମଧ୍ୟ ରକ୍ଷାଯାଉ ବୋଲି ଆନ୍ଦୋଳନକାରୀ ଦାବି ଜଣାଇଛନ୍ତି। ଏଥିସହିତ ହିନ୍ଦୁ ମାନଙ୍କୁ ସଚେତନ ମଧ୍ୟ କରାଯାଇଥିଲା କି ହିନ୍ଦୁ ଯଦି ସଙ୍ଗଠିତ୍ ନହୁଅନ୍ତି ତେବେ ବିଧର୍ମୀ ମାନଙ୍କ ଦ୍ଵାରା ଷଡ଼ଯନ୍ତ୍ରର ଶିକାର ହେବେ ।

ଏଣୁ ସମସ୍ତେ ଏକାଠି ହେବାର ସମୟ ଆସିଥିବା ନେଇ ଆହ୍ବାନ ଦିଆଯାଇଥିଲା । ଅନୁଗୋଳ ଜିଲ୍ଲାରେ ବାଙ୍ଗ୍ଲାଦେଶି ଅନୁପ୍ରବେଶକାରୀ ମାନଙ୍କ ଯୋଗୁଁ ଅତ୍ୟାଚାର, ଚୋରି, ରାହାଜାନି, ଧର୍ମାନ୍ତରିକରଣ, ବଳାତ୍କାର ଓ ବେଆଇନୀ ଭାବେ ହିନ୍ଦୁ ବିଧବା ମହିଳା ଓ ଗରିବ ଝିଅ ମାନଙ୍କୁ ବିବାହିତ ପୁରୁଷ ମାନେ ଏକାଧିକ ପତ୍ନି ଗ୍ରହଣ କରୁଥିବାରୁ ଏହାକୁ ପ୍ରତିବାଦ କରାଯାଇଥିଲା । ଏପରିକି ବାଙ୍ଗ୍ଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଦ୍ଵାରା ଶହ ଶହ ସରକାରୀ ଓ ଗୋଚର ଜମି ଜବରଦଖଲକୁ ଉଛେଦ କରାଯିବା ଦାବୀ ନେଇ ଶୋଭାଯାତ୍ରର ମୂଳ ଉଦ୍ଦେଶ୍ୟ ରହିଥିଲା। ସେମାନଙ୍କ ଔରଷରୁ ଯୋଜନା ବଧ ଭାବେ ବଡ଼ ଷଡଯନ୍ତ୍ର କରି ନିଜର ଧର୍ମକୁ ବୃଦ୍ଧି କରିବା ପାଇଁ ବହୁ ସନ୍ତାନ ସନ୍ତତି ଜନ୍ମକରି କାଳକ୍ରମେ ସେମାଙ୍କ ଧର୍ମକୁ ପରିବର୍ତନ କରାଉଛନ୍ତି । ଆଉ ମଧ୍ୟ ସେମାନେ ଯୋଜନା ବଧ ଭାବେ ଷଡ଼ଯନ୍ତ୍ର ମୁତାବକ ଛଦ୍ମବେଶରେ ଫେରିବାଲା, ରାଜମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ପଣ୍ଡିତ, ସାଧୁ ଓ ଅନାନ୍ୟ ବ୍ୟବଶାୟ ନାଆଁରେ ଆସି ଅର୍ଥ ଉପାର୍ଜନ କରୁଥିଲେ ମଧ୍ୟ ବାଙ୍ଗ୍ଲାଦେଶରେ ହିନ୍ଦୁ ମାନଙ୍କୁ ହତ୍ୟା, ପାଶବିକ ଅତ୍ୟାଚାର ଓ ମାନସିକ ଯନ୍ତ୍ରଣା ଦେଉଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ବାଙ୍ଗ୍ଲାଦେଶୀ ମାନେ ଅଳ୍ପ ଦିନ ଭିତରେ ଏଠିକାର ଅଧିବାସୀ ହୋଇ ଚଞ୍ଚକତା କରି ଏଠକାର ଆଧାର କାର୍ଡ଼, ଭୋଟ ପରିଚୟପତ୍ର ଓ ରେସନ କାର୍ଡ଼ ଭଳି ବହୁ ସରକାରୀ ଦସ୍ତାବିଜ ହାତଉଛନ୍ତି । ଫଳରେ ଆଗାମୀ ଦିନରେ ଭାରତ ବର୍ଷ ପାଇଁ ଏହାଯେ ବିପଦ ସୃଷ୍ଟି ନକରିପାରେ ତାହା କହିବା ଅତ୍ୟୁକ୍ତି ହେବ ନାହିଁ । ଏଣୁ ମଞ୍ଚର ଦାବୀ ମତେ

ଯେଉଁ ବାଂଗ୍ଲାଦେଶି ଅନୁପ୍ରବେଶକାରୀ ମାନେ ଚଞ୍ଚକତା କରି ହିନ୍ଦୁ ମହିଳା ମାନଙ୍କୁ ବିବାହ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ । ବାଙ୍ଗ୍ଲାଦେଶି ଅନୁପ୍ରବେଶକାରୀ ମାନେ ଆମ ଦେଶରେ ବ୍ୟବସାୟ ମାଧ୍ୟମରେ ଅର୍ଥ ଉପାର୍ଜନ କରିବା ସତ୍ଵେ ତାଙ୍କ ଦେଶରେ ହିନ୍ଦୁ ମାନଙ୍କୁ ହତ୍ୟା, ପାଶବିକ ଅତ୍ୟାଚାର କରୁଅଛନ୍ତି । ବାଙ୍ଗ୍ଲାଦେଶରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଓଡ଼ିଶା ସରକାରଙ୍କ ତରଫରୁ ଦିଆଯାଇଥିବା ସମସ୍ତ ସରକାରୀ ଦସ୍ତାବିଜ୍, ପ୍ରମାଣ ପତ୍ର ଓ ସୁବିଧା କୁ ରଦ୍ଦ କରାଯାଇ ସେମାନଙ୍କୁ ତାଙ୍କ ଦେଶକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ।ବେଆଇନୀ ଭାବେ ବହୁଳ ମାତ୍ରରେ ହେଉଥିବା ଧର୍ମାନ୍ତରିକରଣକୁ ବନ୍ଦ କରାଯାଉ । ଏଥିରେ ଯେଉଁ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ଥିବା ଆଇନକୁ ଲାଗୁ କରାଯିବା ଓ ଭାରତକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରାଯାଉ ବୋଲି ମଧ୍ୟ ଦାବୀ ଉପସ୍ଥାପନ କରାଯାଇଛି ।ସର୍ବୋପରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବା ଏସବୁ କ୍ଷେତ୍ରରେ ଗୋଟିଏ ଦେଶ ଗୋଟିଏ ଆଇନ୍ ଲାଗୁକରାଯାଉ ବୋଲି । ଫଳରେ ସନ୍ତୁଳନ ରକ୍ଷା ହୋଇପାରିବ ।ଗତ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ଧର୍ମ ନିରପେକ୍ଷ ନାଗରିକ ସଂହିତା ଲାଗୁ ହେବାକୁ ମଞ୍ଚ ସମର୍ଥନ ଜଣାଇଛି। ‌ଉପରୋକ୍ତ ଦାବୀ ଗୁଡ଼ିକୁ ପୂରଣ କରାଗଲେ ଗୋବଂଶ ଓ ହିନ୍ଦୁ ଧର୍ମ ସୁରକ୍ଷିତ ହୋଇ ପାରିବ ବୋଲି ହିନ୍ଦୁ ସୁରକ୍ଷା ମଞ୍ଚ ଦାବୀ ଉପସ୍ଥାପନ କରିଛି ।

Share

Leave a Reply