ତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

You are currently viewing ତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଅନୁଗୁଳ: ଆସନ୍ତା ଜାନୁଆରୀରେ ତାଳଚେରରେ ଅନୁଷ୍ଠିତ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ। କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେବେ।ଏ ନେଇ ଆଜି ଏକ ବୈଠକ ସ୍ଥାନୀୟ ଶର୍ମାଛକ ସ୍ଥିତ ଡଃ ସଂଜୀବ ରାଉତଙ୍କ ନିବାସରେ ଅନୁଷ୍ଠିତ ହୋଇଛି ବ୍ରହ୍ମଲୀନ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ପୂଜ୍ୟ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀ ବୈଠକରେ ଅଧ୍ୟକ୍ଷତା କରି ଭାରତକୁ ହିନ୍ଦୁରାଷ୍ଟ୍ର ଗଠନ କରିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ତାଳଚେରରେ ଏକ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏହା ଓଡ଼ିଶାରେ ପ୍ରଥମ ମହାଅଧିବେଶନ ହେବ ବୋଲି ସେ ପ୍ରକାଶ କରିଥିଲେ।

ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତା ଜାନୁଆରୀ ୧ ଓ ୨ ଦୁଇଦିନିଆ ତାଳଚେର ଆଗମନ କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ସେ ହିନ୍ଦୁ ରାଷ୍ଟ୍ର ମହାଧିବେଶନରେ ଯୋଗଦେବା ସହ ଏକ ଗୋଶାଳାର ଉଦଘାଟନ ଏବଂ ବୈଦିକ ଗଣିତ ଉପରେ ଏକ କର୍ମଶାଳାରେ ଯୋଗ ଦେବେ।

ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ପର୍ଶୁରାମ ବାରିକ, ରାଜ୍ଯ ସାଧାରଣ ସମ୍ପାଦକ ସତ୍ୟଜିତ ବେଜ, ପୂର୍ବ ପ୍ରଶାସକ ତଥା ଆଦିତ୍ୟ ବାହିନୀ ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମାର୍ଗଦର୍ଶକ ହେମନ୍ତ କୁମାର ଦାଶ, ରାଜ୍ଯ ପୀଠ ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ରୋହିତ୍ କୁମାର ଦାଶ, ଅନୁଗୁଳ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ, ସଂଗଠନ ସଚିବ ବରୁଣ ସାହୁ, ସମ୍ପର୍କ ସଚିବ ସୌରୀ ରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ବୃନ୍ଦାବନ ବେହେରାଙ୍କ ସହ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply