ଅନୁଗୁଳ: ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ଓ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ କୁଇଓ ତାଳତୈଳା ନିକଟରେ ଗୋପାଳ ପ୍ରସାଦ ହିଙ୍ଗୁଳା ମନ୍ଦିର ଅଭିମୁଖେ ଯାଉଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୁକ୍ରବାର ଏକ ଜଳ ଛତ୍ର ଖୋଲା ଯାଇଥିଲା। ବିଶିଷ୍ଟ ବ୍ୟବସାୟୀ
ସତ୍ୟାନନ୍ଦ ଦଳବେହେରା ଏହାକୁ ଉଦ୍ଘାଟନ କରିଥିଲେ। ଅତାବିରା କଲେଜର ରସାୟନ ବିଭାଗ ଅଧ୍ୟାପକ ଡ଼ା ବିଶ୍ବରଂଜନ ପୂଜାରୀ ଓ ଇଂ ଅଜିତ ସାହୁ ସମ୍ମାନିତ ଅତିଥିରୁପେ ଯୋଗ ଦେଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମରେ ଭକ୍ତମାନଙ୍କୁ ଥଣ୍ଡା ପାଣି, ଦହି ସରବତ, ତରଭୁଜ ଆଦି ବଣ୍ଟନ କରାଯାଇଥିଲା। ଅଜୟ କୁମାର ଦଳବେହେରା, ବିଶାଳ ଦଳବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିଙ୍ଗୁଳା ଯାତ୍ରା ଅବସରରେ ଭକ୍ତଙ୍କ ପାଇଁ ଜଳଛତ୍ର
