ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାରକୁ ଚଳିତ ବର୍ଷ ପ୍ରକୃତି ମିତ୍ର ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ପରିବେଶ ସୁରକ୍ଷା, ଶିକ୍ଷା ତଥା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନକୁ ଏହି ସମ୍ମାନ ମିଳୁଥିବା ଜଣାଯାଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ। ସେହିପରି ଅନୁଗୁଳ ବ୍ଲକ୍ର କରାବୀରା ବନ ସୁରକ୍ଷା ସମିତି, କିଶୋରନଗର ବ୍ଲକର ଆନିମଲ୍ ୱେଲ୍ଫେୟାର ଫାଉଣ୍ଡେସନ୍ ଟ୍ରଷ୍ଟ, ବଅଁରପାଳ ବ୍ଳକ ସିଦ୍ଧାର୍ଥ ପ୍ରଧାନ ଓ ସାଥୀ ପରିବାର, ଛେଣ୍ଡିପଦା ବ୍ଳକର ଶିମିଳିପାଳ ବନ ସୁରକ୍ଷା ସମିତି, କଣିହାଁ ବ୍ଲକର ବାଲିଝରଣ ବନ ସୁରକ୍ଷା ସମିତିକୁ ପ୍ରକୃତି ମିତ୍ର ସମ୍ମାନ ନିମନ୍ତେ ମନୋନୀତ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ପ୍ରକୃତି ବନ୍ଧୁ ସମ୍ମାନରେ କଣିହାଁ ବ୍ଲକର ସନ୍ତୋଷ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିବାର ସୂଚନା ମିଳିଛି।
ହିଙ୍ଗୁଳା ପାଠାଗାରକୁ ପ୍ରକୃତି ମିତ୍ର ସମ୍ମାନ
- Post published:June 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
