ହଠାତ ରାସ୍ତାରେ ହେଲା ୧୦ ଫୁଟର ଗାତ, ଯାତାୟାତ ବାଧାପ୍ରାପ୍ତ

You are currently viewing ହଠାତ ରାସ୍ତାରେ ହେଲା ୧୦ ଫୁଟର ଗାତ, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡା ରାଜସ୍ୱ କାର୍ଯ୍ୟାଳୟ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଶୁକ୍ରବାର ଦଶ ଫୁଟର ଗର୍ତ୍ତ ହୋଇଛି। ଏତେ ବଡ଼ ଗର୍ତ୍ତ ଦେଖିବା ପରେ ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକ ଯାତାୟାତ ବନ୍ଦ କରିବା ସହ ଫିତା ବାନ୍ଧିଥିଲେ। ଫଳରେ କିଛି ଘଣ୍ଟା ଧରି ଯାତାୟାତରେ ସମସ୍ୟା ହୋଇଥିଲା।

ସୂଚନା ମୁତାବକ, କଣିହାଁ-ଗୋପାଳଗଡ଼ ଦେଇ ଏହି ପୂର୍ତ୍ତ ବିଭାଗ ରାସ୍ତାଟି ଅନୁଗୁଳ ଜିଲ୍ଲାକୁ ସଂଯୋଗ କରିଥାଏ।ରାସ୍ତାରେ ଏକ କଲଭର୍ଟ ଅଛି। ଦୁଇ ଦିନ ଲଗାଣ ବର୍ଷା ହେବା ଫଳରେ ୫୦ ବର୍ଷର କଲଭର୍ଟ ଭାଙ୍ଗିଯାଇଛି। ଫଳରେ ଏଭଳି ସ୍ଥିତି ଉପୁଜିଛି।
ବଡ଼ତ୍ରିବିଡ଼ା ସରପଞ୍ଚ ସାନ୍ତ୍ୱନ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ଗୋଷ୍ଠୀଙ୍କ ସହାୟତାରେ ଗର୍ତ୍ତ ପୂରଣ କରି ଯାତାୟାତ ସ୍ୱାଭାବିକ କରାଯାଇଥିବା ଜଣାଯାଇଛି।

Share

Leave a Reply