ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଠପଢାରେ ଯେମିତି ଅଭାବ ନ ରହେ, ସେଥିପାଇଁ ସରକାରଙ୍କ ତରଫରୁ ପାଠ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟକ୍ରମ (Holiday Home Wrok Programme) ଆସନ୍ତା ମେ’ ୧ ତାରିଖ ଠାରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନୁଗୁଳ ଜିଲ୍ଲା ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୭୫୨୧ ଜାରି କରାଯାଇଛି। ଏହା ଦ୍ବାରା ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡିକ ତଦାରଖ କରାଯାଇପାରିବ। ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ପ୍ରତ୍ୟେକ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି।