ଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ଆକ୍ଟିଭା ପ୍ରିମିୟମ୍, ଶସ୍ତାରେ କିଣିପାରିବେ ଗ୍ରାହକ

You are currently viewing ଅନୁଗୁଳରେ ବଜାର ପ୍ରବେଶ କଲା ହୋଣ୍ଡା ଆକ୍ଟିଭା ପ୍ରିମିୟମ୍, ଶସ୍ତାରେ କିଣିପାରିବେ ଗ୍ରାହକ

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ ହେଲା ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମ। ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ଶୁକ୍ରବାର ଏହାର ବଜାର ପ୍ରବେଶ ହୋଇଛି।

ଏ ଅବସରରେ ହୋଣ୍ଡା କମ୍ପାନୀର ସେଲ୍ସ୍ ଜୋନାଲ ମ୍ୟାନେଜର ରାଜେଶ ଚୌଧୁରୀ, ଏରିଆ ଇନଚାର୍ଜ ଅମିତ କୁମାର ମହାପାତ୍ର ଏବଂ ଅଭିଷେକ ଉପାଧାୟ ଉପସ୍ଥିତ ଥିଲେ। କମ୍ପାନୀର କହିବାନୁଯାୟୀ, ହୋଣ୍ଡା ଆକ୍ଟିଭା ପ୍ରିମିୟମ ଆକର୍ଷଣୀୟ ଷ୍ଟାଇଲର ହୋଇଥିବା ବେଳେ ଉନ୍ନତ ମାନର ମାଇଲେଜ ଦେଇଥାଏ। ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ। ଏହା ଗୋଲଡେନ ଫିନିସ ଷ୍ଟିକରିଂ ସହ ବ୍ଲାକ କୋଟେଡ ଫ୍ରଣ୍ଟ ସସପେନସନ ଆଦି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୂର। ଏହାର ଏକ୍ସ ସୋ ରୁମ ମୂଲ୍ୟ ୭୮ ହଜାର ୫୨୩ ଟଙ୍କାରୁ ଆରମ୍ଭ ହେଉଛି। ପୁରୁଣା ଗାଡିକୁ ଏକ୍ସଚେଞ୍ଜ ଏବଂ ନୂଆ ଗାଡି କିଣିବାକୁ ଫାଇନାନ୍ସ ସୁବିଧା ଅଛି ବୋଲି ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି।

Share

Leave a Reply