ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ୧୧ ଦୋକାନ ଜଳି ପାଉଁଶ

You are currently viewing ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ୧୧ ଦୋକାନ ଜଳି ପାଉଁଶ

ଅନୁଗୁଳ: ​ଅନୁଗୁଳ ଜିଲ୍ଲା ବନ୍ତଳା ଛକରେ ଆଜି ଅପରାହ୍ନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଏକ ଜଳଖିଆ ଦୋକାନରୁ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ, ଏହା ଖୁବ୍ ଶୀଘ୍ର ନିକଟସ୍ଥ ଲୁଗା ଓ ପୂଜା ସାମଗ୍ରୀ ଦୋକାନକୁ ବ୍ୟାପି ଯାଇଥିଲା। ବନ୍ତଳା ଓ ଅନୁଗୁଳ ଅଗ୍ନିଶମ ବାହିନୀ ଦୀର୍ଘ ୫ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ କ୍ଷୟକ୍ଷତିର ସଠିକ୍ ଆକଳନ ହୋଇପାରି ନାହିଁ। ସନ୍ଧ୍ୟାରେ ସମାଜସେବୀ ବିପ୍ଳବ ଜେନା ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଥଇଥାନ ସହ CSR ପାଣ୍ଠିରୁ ବନ୍ତଳା ଦମକଳ କେନ୍ଦ୍ରକୁ ଏକ ବଡ଼ ନିଆଁ ଲିଭା ଗାଡ଼ି ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Share

Leave a Reply