ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

You are currently viewing ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର। ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ଘର ମିଳିବ। ଭୁବନେଶ୍ୱର ସହରରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ରାଜ୍ୟ ସରକାର। ଫୋକସ୍‌ରେ ରହିବେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ। ନଗର ଉନ୍ନୟନ ବିଭାଗ ପ୍ରୟାସରେ ଘର ତିଆରି ହେବ। ଘରୋଇ କ୍ଷେତ୍ର ସହଯୋଗରେ ଶସ୍ତା ଘର ହେବ।

ସେ ଆଉ ମଧ୍ୟ କହିଛନ୍ତି MIG, LIG, LIG -1, MIG -2 ଘର ଦେବେ ସରକାର। ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର। ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ ପୂରଣ ହେବ। କେଉଁ ବର୍ଗର ଲୋକ ଆବେଦନ କରିପାରିବେ ତାହାର କ୍ରାଇଟେରିଆ ମଧ୍ୟ ରହିବ। ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି। ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ।

ଏହା ସହ ମନ୍ତ୍ରୀ କହିଛନ୍ତି କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ। ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର।

Share

Leave a Reply