କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଫାଶୀରୁ ବର୍ତ୍ତିଲା, ଆଜୀବନ ଜେଲ୍

0

ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ସାନି ରାୟ ଅନୁଗୁଳ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଗୁରୁବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର (ପୋକ୍‌) ଜଜ୍ ପ୍ରଭାକର ଗଣ୍ଠିଆ ମାମଲାର ପୁନର୍ବିଚାର କରି ବଳାତ୍କାରୀ, ହତ୍ୟାକାରୀ ଅନାମ ଓରଫ୍ ଶ୍ରୀନିବାସ ଦେହୁରୀ(୨୫)କୁ ଯାବଜୀବନ ଜେଲ ଦଣ୍ଡ ସାଙ୍ଗକୁ ଏକ ଲକ୍ଷ ୬୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଗତ ୧୯ ତାରିଖରେ ସ୍ବତନ୍ତ୍ର ପୋକସୋ ଅଦାଲତ ଅନାମକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ.ସଂରକ୍ଷିତ ରଖିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ବହୁ ପ୍ରତୀକ୍ଷିତ ରାୟ ଆଜି ପୂର୍ବାହ୍ନରେ ପ୍ରକାଶ ପାଇଥିଲା। ଅନାମକୁ ଆଇପିସି ଧାରା ୩୦୨ (ନରହତ୍ୟା), ୨୦୧ (ପ୍ରମାଣନଷ୍ଟ) ଓ ୩୭୬ (୩) (ବଳାତ୍କାର) ଆଧାରରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଇପିସି ଧାରା ୩୨୦ରେ ଆଜୀବନ ଜେଲ୍ ଓ ଏକ ଲକ୍ଷ ଟଙ୍କା ଜରିମାନା, ଜରିମାନା ରାଶି ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ୩୭୬ (୩)ରେ ଯାବଜୀବନ ଜେଲ୍ ଏବଂ ୫୦ ହଜାର ଟଙ୍କା ଜରିମାନା, ଧାରା ୨୦୧ରେ ୭ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.

error: Content is protected !!