ବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

You are currently viewing ବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଆଜି ଦିନ ବେଳା ଅନଗୁଳ ଫରେଷ୍ଟ ଡିଭିଜନ ମୋବାଇଲ ଷ୍ଟାଫକୁ ଖବର ମିଳିଲା କି ବ୍ରାହ୍ମଣୀବିଲ ଅଞ୍ଚଳରେ ବିପୁଳ ପରିମାଣର ଚୋରା କାଠ ରହିଛି। ଖବର ପାଇ ଏସିଏଫ ମୁରାରୀ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଛେଣ୍ଡିପଦା, କୋଶଳାର ଫରେଷ୍ଟ ଷ୍ଟାଫ ଘଟଣା ସ୍ଥଳ ଉପରେ ଚଢ଼ାଉ
କରିଥିଲେ। ଉକ୍ତ ସ୍ଥାନରୁ ୯୫ ଟି ଶଳା ପଟା ଯାହାର ପରିମାଣ ପ୍ରାୟ ୫୯ ସିଏଫଟି ହେବ ଗଦା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ବ୍ରାହ୍ମଣୀବିଲ କେନ୍ଦୁବଣୀ ସାହି ର ଏକ ଆମ୍ବ ତୋଟାରେ ଏହି ଚିରା କାଠ ରହିହିଲା। କାଠ ଗୁଡିକୁ ଜବତ କରାଯାଇ ଛେଣ୍ଡିପଦା ଅଫିସ ନିଆଯାଇଥିଲା।

ଚଢ଼ାଉରେ ରେଞ୍ଜ ଅଫିସର ଶୁଚିସ୍ମିତା ମହାପାତ୍ର, ଡେପୁଟି ରେଞ୍ଜର ଅଜିତ ତ୍ରିପାଠୀ, ପଦ୍ମ ଚରଣ ସାହୁ, ଫରେଷ୍ଟର ସୀତାରାଣୀ ବିଶ୍ଵାଳଙ୍କ ସମେତ ଅନ୍ୟ ଷ୍ଟାଫ ସାମିଲ ଥିଲେ।

Share

Leave a Reply