କଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

You are currently viewing କଣିହାଁରୁ ବିପୁଳ ଶିକାର ସାମଗ୍ରୀ ଜବତ

ଅନୁଗୁଳ: ଗତ ଶୁକ୍ରବାର କଣିହାଁ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଚାଲି ଥିବାବେଳେ ଟିଟ୍ରିମା ଶିଶୁ ମନ୍ଦିର ପଛପଟେ ବିପୁଳ ପରିମାଣର ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଦେଖି ସେସବୁକୁ ଜବତ କରିଥିଲେ।

ଜବତ ସାମଗ୍ରୀ ମଧ୍ୟରେ ଦେଢ଼ କେଜି ଜିଆଈ ତାର,୨୫ ଟି ବାଉଁଶ କିଳା,୨୫ ଟି କାଚ ବୋତଲ ରହିଥିଲା। ଜବତ ସାମଗ୍ରୀ ଗୁଡ଼ିକୁ କଣିହାଁ ସେକ୍ସନ -୨କୁ ହସ୍ତାନ୍ତର କରାଯାଇଛି।ଏଥି ସହିତ ସ୍ଥାନୀୟ ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ ଜନ୍ତୁ ଶିକାର ନ କରିବାକୁ ପରାମର୍ଶ ଦିଆଯାଇଛି। ଜଙ୍ଗଲ ବିଭାଗର ଏହି ଚଢାଉରେ ହରେକୃଷ୍ଣ ଦେହୁରୀ, ଫରେଷ୍ଟର,ଅନିରୁଦ୍ଧ ସାହୁ,ତପନ ମିଶ୍ର,ବିଦୁର ସାହୁ ହାତୀ ସ୍କୁଆଡ଼ ଏବଂ ପୁରୁଷୋତ୍ତମ ସାମଲ ରେଙ୍ଗାଲି ବିଦ୍ୟୁତ୍ ସେକ୍ସନ ଉପସ୍ଥିତ ଥିଲେ।

Share

Leave a Reply