‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

You are currently viewing ‘ହମ୍’ ଗ୍ରୁପ୍, ଦେଲା ୩୧ ହଜାର ଟଙ୍କା

ଅନୁଗୁଳ: ଦୃଷ୍ଟିହୀନ ତାଲିମ କେନ୍ଦ୍ରକୁ ସହାୟତାର ହାତ ବଢ଼ାଇଲା ‘ହମ୍’ ଗ୍ରୁପ୍। ବୁଧବାର ଅପରାହ୍ନରେ ହୋଇଥିବା କାଳ ବୈଶାଖୀରେ ସ୍ଥାନୀୟ ଗୋପୀନାଥପୁରରେ ଥିବା କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ତାଲିମ କେନ୍ଦ୍ରରେ ପ୍ରାୟ ୩୫ଜଣ ଦୃଷ୍ଟିହୀନ ପୁରୁଷ ଓ ମହିଳା ବହୁ ବର୍ଷ ଧରି ରହି ଆସୁଛନ୍ତି। ଏ ନେଇ ଜାଣିବା ପରେ ଆଜି ‘ହମ୍’ ଗ୍ରୁପ ପକ୍ଷରୁ ୩୧,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।

ଏହି ଅର୍ଥ ରାଶି ପ୍ରଦାନ ସମୟରେ ‘ହମ୍’ ଗ୍ରୁପ ତରଫରୁ ସଞ୍ଜୀବ କୁମାର ମାଣ୍ଡୋଠିଆ, ଅଶୋକ ପ୍ରଧାନ, ସୂର୍ଯ୍ୟକାନ୍ତ ମହନ୍ତ, ସମାଜସେବୀ ପର୍ଶୁରାମ ଦାଶ, ବାପୁଜୀ ପ୍ରଧାନ, ତାଲିମ କେନ୍ଦ୍ରର ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply