ଅନୁଗୁଳ: ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ ସାମ୍ୱାଦିକ। ଝିଅର ଜନ୍ମଦିନ ଉପଲକ୍ଷେ ରକ୍ତ ଦାନ ଶିବିରର ଆୟୋଜନ କଲେ ବାପା-ମା’। ଅନୁଗୁଳ କଳିଙ୍ଗ ଟିଭିର ସାମ୍ବାଦିକ ମାନସ ମିଶ୍ର ଓ ତାଙ୍କ ପତ୍ନୀ ସ୍ମୃତିଲିପି ମିଶ୍ର ମିଶି ଝିଅ ସିଦ୍ଧି ସମ୍ୟୁକ୍ତା ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏ ଅବସରରେ ସେମାନେ ରକ୍ତଦାତାଙ୍କୁ ଚାରା ମଧ୍ୟ ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ସହ ମିଶି ଏହି ଶିବିରର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉଦୟ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ନଗରପାଳ ଅକ୍ଷୟ ସାମନ୍ତ, ରୋଟାରି କ୍ଲବ ସଭାପତି ଡଃ ମାଇକେଲ ଜନ, ଯୋଗ ଗୁରୁ ଅଭୟ ରାୟ, ବିଜେଡି ନେତା ଅରୁଣାଭ ସିଂ, ସମାଜସେବୀ କ୍ଷୀରୋଦ ସାହୁ, ପ୍ରତାପ ମହାପାତ୍ର, ପର୍ଶୁରାମ ଦାସ, ସମାଜସେବୀ ପ୍ରଫୁଲ୍ଲ ମିଶ୍ର, ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଥିଲେ। ଶିବିରରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।