ଛଟେଇ ଠିକା କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଅନଶନ

You are currently viewing ଛଟେଇ ଠିକା କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଅନଶନ

ଅନୁଗୁଳ: ଏନ୍‌ଟିପିସି/ଟିଟିପିଏସ୍‌ରୁ ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ପୁଣି ଥରେ ଚାକିରି ଦେବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯାଇଛି। ଏ ଅବସରରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଅଭିଯୋଗ ମୁତାବକ, ଆର୍‌ପିଡିଏସି ବୈଠକର ନିଷ୍ପତ୍ତି ଅନୁଯାୟୀ ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟର ପାଉଁଶ ପୋଖରୀ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ମଧ୍ୟରୁ ୧୦୦ ଜଣ ଯୁବକ ଯୁବତୀଙ୍କୁ ଏନ୍‌ଟିପିସି/ଟିଟିପିଏସ୍ ତାର ନିଜସ୍ଵ ଖର୍ଚ୍ଚରେ ଆଇଟିଆଇ ତାଲିମ୍ ଦେଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୮୪ ଜଣଙ୍କୁ କୁଶଳୀ ଶ୍ରମିକ ଭାବେ ନିଯୁକ୍ତି ମିଳିଥିଲା। ଦୀର୍ଘ ୧୩ ବର୍ଷ ଧରି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ବିନା କୌଣସି ନୋଟିସରେ ବର୍ଷେ ହେଲାଣି ଛଟେଇ କରିଛନ୍ତି। ଗତ ବର୍ଷେ ମଧ୍ୟରେ ପ୍ଲାଣ୍ଟ ଭିତରେ ଓ ବାହାରେ କାର୍ଯ୍ୟରତ ୬୦୦ ରୁ ଅଧିକ ଠିକା କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି। ଏଣୁ ଏମାନଙ୍କୁ ପୁନଃନିଯୁକ୍ତି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ଏ ନେଇ ଶୀଘ୍ର କିଛି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply