ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ସ୍ତ୍ରୀଙ୍କ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି। ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ପ୍ରଫୁଲ ସାହୁ ତାଙ୍କ ସ୍ତ୍ରୀ ଇନ୍ଦିରା ସାହୁଙ୍କୁ ନିର୍ଯାତନା ଦେବାସହ ମାଡ଼ମାରିଥିଲେ। ଏ ନେଇ ସେ ଜାନୁଆରୀ ମାସରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କିଛି ଫଳ ହୋଇନଥିଲା। ତେଣୁ ସେ ଅନୁଗୁଳରେ ଥିବା ସଖୀ ସେଣ୍ଟରରେ ପହଞ୍ଚିଥିଲେ। ସେଠାରୁ ସେ ଅନୁଗୁଳ କୋର୍ଟର ଲିଗାଲ ସେଲର ଦ୍ବାରସ୍ଥ ହୋଇଥିଲେ। ଲିଗାଲ ସେଲରେ ୬ ତାରିଖରେ ପହଞ୍ଚିବା ନୋଟିସ ଦିଆଯାଇଥିଲା। ତେଣୁ ଇନ୍ଦିରା ଲିଗାଲ ସେଲରେ ପହଞ୍ଚିବା ପାଇଁ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ପାଖରେ ରହୁଥିବା ଜଣେ ସମ୍ପର୍କିୟଙ୍କ ଘରେ ପହଞ୍ଚିଥିଲେ। ତେବେ ସେଠାରେ ପ୍ରଫୁଲ ପହଞ୍ଚି ଇନ୍ଦିରାଙ୍କୁ ବାହାରକୁ ଡ଼ାକି ନିସ୍ତୁକ ମାଡ଼ ମାରିବାସହ ଇନ୍ଦିରଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଏ ନେଇ ଇନ୍ଦିରା ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ବୁଧବାର ପ୍ରଫୁଲଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀ ଗିରଫ
- Post published:July 13, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul