ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

You are currently viewing ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁର ନରୋତ୍ତମ ନାଏକ(୩୨) ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ଶନିବାର ଗିରଫ ହୋଇଛନ୍ତି।

ସୂଚନା ଯେ, ନରୋତ୍ତମ ୪ ବର୍ଷ ତଳେ ସାକସିଂହା ଗାଁର ଅଞ୍ଜନା ନାଏକଙ୍କସହ ବିବାହ କରିଥିଲେ। ତେବେ ବିବାହ ପରେ ନରୋତ୍ତମଙ୍କ ଅନ୍ୟ ସ୍ତ୍ରୀ ଙ୍କ ସହ ଅନୈତିକ ସମ୍ପର୍କଥିବା ଜାଣିବାପରେ ପାଟି ଗୋଳ ହୋଇଥିଲା। ଏହା ନିୟମିତ ହେବାରୁ ଅଞ୍ଜନା ବାଧ୍ୟ ହୋଇ ନିଜ ବାପଘରେ ରହି ଆସୁଥିଲେ। ତେବେ ଶୁକ୍ରବାର ଅପରାହ୍ନରେ ନରୋତ୍ତମ ଶଶୁରଘରେ ପହଞ୍ଚି ଅଞ୍ଜନାଙ୍କସହ ଯୁକ୍ତି ତର୍କକରି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଅଞ୍ଜନା ଗୁରୁତର ଆହତ ହୋଇଥିଲେ। ଏ ନେଇ ଅଞ୍ଜନା ସଦର ଥାନାରେଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ନରୋତ୍ତମଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply