ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ହାର ଗ୍ରାମରେ ସ୍ତ୍ରୀ ସଞ୍ଜୁକ୍ତା ସିଂକୁ ମାଡ଼ମାରିଥିବା ଅଭିଯୋଗରେ ସ୍ବାମୀ ଶିବରାମ ସିଂ(୪୨)କୁ ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏନେଇ ସଞ୍ଜୁକ୍ତାର ଅଭିଯୋଗକ୍ରମେ ପୁଲିସ ଏକ ମୋକଦମା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୁକ୍ତା ଓ ତାର ଝିଅକୁ ସ୍ବାମୀ ଶିବରାମ ଅଧିକାଂଶ ସମୟରେ ମଦ୍ୟପାନ କରି ମାରପିଟ କରେ। ଶୁକ୍ରବାର ରାତିରେ ସଞ୍ଜୁକ୍ତାକୁ ସ୍ବାମୀ ଶିବରାମ ଆକ୍ରମଣ କରିବା ସହ ଶନିବାର ସକାଳେ ମଧ୍ୟ ମାରପିଟ କରିଥିଲା । ସଞ୍ଜୁକ୍ତା ଏ ସମ୍ପର୍କରେ ଶନିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ଏକ ମୋକଦ୍ଦମା ରୁଜୁ କରି ରବିବାର ସ୍ବାମୀ ଶିବରାମକୁ ଗିରଫ କରିଥିଲା ।
ସ୍ତ୍ରୀକୁ ମାଡ଼ ମାରି ସ୍ବାମୀ ଗିରଫ
- Post published:February 14, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
