ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗ ପାତ୍ରପଡ଼ା ଗାଁର ପ୍ରାଣବନ୍ଧୁ ସାହୁ ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନା ମୁତାବକ, ୪ ତାରିଖ ସନ୍ଧ୍ୟାରେ ପ୍ରାଣବନ୍ଧୁ ତାଙ୍କ ସ୍ତ୍ରୀ ମୀନତି ପ୍ରଧାନ(୨୫) ଙ୍କୁ ଏକ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହିଥିଲେ। ମୀନତି କହିଥିଲେ ତାଙ୍କ ବାପାର ଟଙ୍କା ନାହିଁ। ତେଣୁ ସେ ଟଙ୍କା ଆଣିପାରିବେ ନାହିଁ। ଏହାପରେ ପ୍ରାଣବନ୍ଧୁ ଓ ତାଙ୍କ ବାପା ଓ ମା’ ମୀନତିଙ୍କୁ ଗାଳିଗୁଲକରିଥିଲେ। ପରେ ଏକ ଟାଙ୍ଗିରେ ପ୍ରାଣବନ୍ଧୁ ମୀନତିଙ୍କୁ ଆକ୍ରମଣ କରିଥିଲେ। ଫଳରେ ମୀନତି ଗୁରୁତର ଆହତ ହୋଇ ଛେଣ୍ଡିପଦା ଡ଼ାକ୍ତର ଖାନାରେ ଚିକିତ୍ସିତ ହୋଇଥିଲେ। ଏ ନେଇ ଶୁକ୍ରବାର ମୀନତି ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଶନିବାର ପ୍ରାଣବନ୍ଧୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!