ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

You are currently viewing ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଅନୁଗୁଳ: ଦିନରେ ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଲେ। ଯମ ମୁହଁରୁ ସୁଦ୍ଧା ସ୍ବାମୀଙ୍କୁ ଫେରାଇ ଆଣିବାକୁ ମାନସିକ ରଖିଲେ। ହେଲେ ଯାହା ପାଇଁ ବ୍ରତ ରଖିଥିଲେ ସେ ହିଁ ତାଙ୍କୁ ଯମ ମୁହଁକୁ ପଠାଇ ଦେଇଛି। ସୋମବାର ସନ୍ଧ୍ୟାରେ ସ୍ବାମୀ ଟାଙ୍ଗିଆ ଚୋଟରେ ମହିଳାଙ୍କ ଜୀବନ ଯିବା ଘଟଣା ଅନୁଗୁଳ ବ୍ଲକ ତଥା ବନ୍ତଳା ଥାନା ବଡ଼କେରା ଗାଁ’ ରେ ଆଲୋଡ଼ନ ଖେଳାଇ ଦେଇଛି। ଗତକାଲି ସନ୍ଧ୍ୟାରେ ବସନ୍ତ ବେହେରା(୨୮) ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ପତ୍ନୀ ଲିପି ବେହେରା(୨୦)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେ ନିଜେ ଥାନାକୁ ଯାଇ ଏହା ଜଣାଇଛନ୍ତି। ପୁଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଲିପିଙ୍କ ସହ ବସନ୍ତଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଘରେ ଆଉ କେହି ନ ଥିଲେ। ଧୀରେ ଧୀରେ ଝଗଡ଼ା ବଢିଥିଲା। ଶେଷରେ ଘରେ ଥିବା ଏକ ଟାଙ୍ଗିଆରେ ଲିପିଙ୍କ ମୁଣ୍ଡକୁ ହାଣି ଦେଇଥିଲା ବସନ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନ୍ତଳା ଥାନା ପୁଲିସ ପହଞ୍ଚି ମାମଲାର ଛାନଭିନ କରୁଛି। ମୃତ ଲିପିଙ୍କର ଗୋଟିଏ ୩ ମାସର ପୁଅ ରହିଛି।

Share

Leave a Reply